ଚାଲିଗଲେ ବିଗ୍ବୁଲ
ଦଲାଲ୍ ଷ୍ଟ୍ରିଟ୍ର ‘ବିଗ୍ ବୁଲ୍’ ନାମରେ ପରିଚିତ ବିଶିଷ୍ଟ ଉଦ୍ୟୋଗୀ ରାକେଶ ଝୁନ୍ଝୁନ୍ୱାଲାଙ୍କର ରବିବାର ପରଲୋକ ଘଟିଛି। ସକାଳ ୬.୪୫ରେ ତାଙ୍କୁ ମୃତାବସ୍ଥାରେ ମୁମ୍ବାଇସ୍ଥିତ ‘ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍’କୁ ଅଣାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ଝୁନ୍ଝୁନ୍ୱାଲା ଉଭୟ ବ୍ୟବସାୟୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ଏଥିସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ। ଝୁନ୍ଝୁନ୍ୱାଲା ହଙ୍ଗାମା ମିଡିଆ ଓ ଆପ୍ଟେକ୍ର ଅଧ୍ୟକ୍ଷ ହେବା ସହ ଭଇସରୟ ହୋଟେଲ୍ସ, କନକୋର୍ଡ୍ ବାୟୋଟେକ୍, ପ୍ରୋଭୋଗ୍ ଇଣ୍ଡିଆ ଏବଂ ଜିଓଜିତ୍ ଫାଇନାନ୍ସିଆଲ ସର୍ଭିସେସ୍ର ନିର୍ଦ୍ଦେଶକ ଥିଲେ। ନିକଟରେ ସେ ଆକାଶ ଏୟାରଲାଇନ୍ସର ଲଞ୍ଚ୍ କରିଥିଲେ । ‘ଫୋର୍ବସ୍’ ଆକଳନ ଅନୁସାରେ, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିୟନ୍ ଡଲାର୍।
ଦୀର୍ଘଦିନ ଧରି ସେ ଅନେକ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରାକେଶ କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ରବିବାର ତାଙ୍କର ପରଲୋକ ଘଟିଛି । ତେବେ ତାଙ୍କ ମୃତ୍ୟୁ ପରେ କିଏ ଏତେ ବଡ ବିଜନେସର ମଙ୍ଗ ଧରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Powered by Froala Editor