ସ୍ୱାଧୀନତା ଦିବସ ପୂର୍ବରୁ ଧରାପଡ଼ିଲେ ୩ ଆତଙ୍କୀ

ସ୍ୱାଧୀନତା ଦିବସ ପୂର୍ବରୁ ୩ ଆତଙ୍କବାଦୀ ଧରାପଡିଛନ୍ତି । ରାଜସ୍ଥାନରୁ ୨ ଜଣ ଗିରଫ ହୋଇଥିବାବେଳେ ଉତ୍ତରପ୍ରଦେଶରୁ ଜଣଙ୍କୁ ଧରିଛି ଏଟିଏସ୍ । ଉତ୍ତରପ୍ରଦେଶ ସାହାରନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ନଦୀମର ସହଯୋଗୀ ଭାବେ ପରିଚିତ ଜୈସ-ଏ-ମହମ୍ମଦର ଅନ୍ୟ ଜଣେ ଆତଙ୍କବାଦୀ ସୈଫୁଲ୍ଲାକୁ କାନପୁରରୁ ଗିରଫ କରାଯାଇଛି। ହବିବ ଉଲ ଇସଲାମ ଓରଫ ସୈଫୁଲ୍ଲା ଭର୍ଚୁଆଲ ଆଇଡି ତିଆରି କରିବାରେ ଜଣେ ବିଶେଷଜ୍ଞ ଏବଂ ସେ ନଦୀମ ସମେତ ଅନେକ ପାକିସ୍ତାନୀ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ପ୍ରାୟ ୫୦ ଟି ଭର୍ଚୁଆଲ ଆଇଡି ପ୍ରସ୍ତୁତ କରି ଦେଇଥିଲା । ଟେଲିଗ୍ରାମ,ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ମେସେଞ୍ଜର ଇତ୍ୟାଦି ସୋସିଆଲ ମିଡିଆ ମାଧ୍ୟମ ମାଧ୍ୟମରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଥିବା ଅନେକ ହ୍ୟାଣ୍ଡେଲରଙ୍କ ସହ ସୈଫୁଲ୍ଲା ହିଁ ଯୋଗାଯୋଗ ରଖି ନଦୀମକୁ ସାହାଯ୍ୟ କରୁଥିଲା ।
ସେହିପରି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରାଜସ୍ତାନରୁ ଦୁଇ ଜଣ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଭିଲୱାଡା ବାସିନ୍ଦା ୨୭ ବର୍ଷିୟ ନାରାୟଣ ଲାଲ ଗଦରି ଓ ଜୟପୁରର ୨୪ ବର୍ଷିୟ କୁଲଦୀପ ସିଂହ ଶେଖାୱତ । ଗୁପ୍ତଚର ଏଜେନ୍ସି ସେମାନଙ୍କୁ ମିଳିତ ଭାବେ ପଚରାଉଚରା ଜାରି ରଖିଛି।
ଅଧିକାରୀ କହିଛନ୍ତି ଯେ ଗଦରୀ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନଙ୍କୁ ଅନେକ କମ୍ପାନୀର ସିମ୍ କାର୍ଡ ଯୋଗାଉଥିଲା, ଯାହା ସୋସାଲ ମିଡିଆ ଆକାଉଣ୍ଟ ଚଳାଇବା ପାଇଁ ପାକିସ୍ତାନୀ ହ୍ୟାଣ୍ଡେଲର୍ ଦ୍ୱାରା ବ୍ୟବହୃତ ହୋଇଥିଲା। ଅନ୍ୟପକ୍ଷରେ କୁଲଦୀପ ସିଂହ ଶେଖାୱତ ପାଲିର ଏକ ମଦ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ସେ ଜଣେ ପାକିସ୍ତାନୀ ମହିଳା ହ୍ୟାଣ୍ଡେଲର୍ଙ୍କ ସହ ଯୋଗାଯୋଗରେ ଥିଲେ।
Powered by Froala Editor