ରାମସର୍ ତାଲିକାରେ ସ୍ଥାନ ପାଇଲା ତାମ୍ପରା, ଅଂଶୁପା, ହୀରାକୁଦ

ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର ସ୍ଥାନ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ତାମିଲନାଡ଼ୁ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଏହି ୧୧ ରାମସର୍ ସାଇଟ୍ ସମ୍ପର୍କରେ ଘୋଷଣା କରାଯାଇଛି।
ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି । ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ ।
ବିଭାଗୀୟ ମନ୍ତ୍ରୀ ଭୂପେନ୍ଦର ଯାଦବ ଏ ନେଇ ଟୁଇଟ କରି ସୂଚନା ଦେବା ସହ ଉକ୍ତ ୫ ରାଜ୍ୟଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଏହି ନୂତନ ୧୧ ସ୍ଥାନକୁ ମିଶାଇଲେ ଦେଶରେ ରାମସର୍ ସ୍ଥଳ ସଂଖ୍ୟା ୭୫ରେ ପହଞ୍ଚଛି। ଦେଶ ଏବେ ସ୍ବାଧୀନତାର ୭୫ ବର୍ଷ ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ କେନ୍ଦ୍ର ସରକାର ରାମସର୍ ସ୍ଥଳ ସଂଖ୍ୟା ବୃଦ୍ଧି କରିଛନ୍ତି। ନୂତନ ରାମସର୍ ସ୍ଥଳର ମୋଟ କ୍ଷେତ୍ରଫଳ ହେଉଛି ୭୬,୩୧୬ ହେକ୍ଟର।
୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି । ଭାରତ ୧ ଫେବ୍ରୁଆରି ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା । ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା । ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି । ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି ।
Powered by Froala Editor