୨ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ଟିକା

ଭୁବନେଶ୍ୱର : ସମ୍ପ୍ରତି ୧୮ରୁ ଉଦ୍ଧ୍ୱର୍ ବୟସର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ କରୋନା ଶିଶୁଙ୍କୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ନିମେନ୍ତ ଯୋଜନା କରାଯାଉଛି । ୨ରୁ ୧୮ ବର୍ଷର ଲୋକଙ୍କ ପାଇଁ ଏଯାବତ ଟିକା ବାହାରି ପାରିନାହିଁ । ଏହାକୁ ଆଖିଆଗରେ ରଖି ଭାରତ ବାୟୋଟେକ ପରୀକ୍ଷଣ ପାଇଁ ଘୋଷଣା କରିଛି ।
ଭାରତ ବାୟୋଟେକର କୋଭାକ୍ସିନ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏପରିକି ସିରମ ଇନଷ୍ଟିଚୁ୍ୟଟର ଟିକା କୋଭିସିଲଡ଼ ଠାରୁ ବି ଏହାର ଦାମ ବହୁ ଅଧିକା ରହିଛି । ୨ରୁ ୧୮ ବର୍ଷର ପିଲାଙ୍କ ଠାରେ କୋଭାକ୍ସିନର ପ୍ରୟୋଗ ନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ଏହା ଆଧାରରେ ଫେଜ ୨ ଓ ଫେଜ ୩ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଘୋଷଣା କରିଛି । ଦିଲ୍ଲୀ ଏମ୍ସ, ପାଟଣା ଏମ୍ସ ଓ ମେଡ଼ିଟ୍ରିନା ଇନଷ୍ଟିଚୁ୍ୟଟ ଅଫ ମେଡ଼ିକାଲ ସାଇନ୍ସରେ ଏହାର ପରୀକ୍ଷଣ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Powered by Froala Editor