ଦେଶୀ ଘିଅର ଉପକାରିତା ଜାଣନ୍ତୁ....
......ରୋଷେଇ ଘରେ ଘିଅର ବ୍ୟବହାର କଲେ ଖାଦ୍ୟର ସ୍ୱାଦ ନିଆରା ହୋଇଉଠେ । ମାତ୍ର ଘିଅ ଖାଲି ଯେ ଖାଦ୍ୟର ସ୍ୱାଦ ବଢାଇଥାଏ ତାହା ନୁହେଁ । ଏହା ଏକ ପ୍ରକାର ପ୍ରସାଧନ ପ୍ରଡକ୍ଟ ଭଳି ମଧ୍ୟ କାମ କରିଥାଏ । ସୌନ୍ଦର୍ଯ୍ୟ ବଢାଇବାରେ ଦେଶୀ ଘିଅ କିପରି କାମରେ ଲାଗେ, ଜାଣନ୍ତୁ ଏହା ସମ୍ବନ୍ଧରେ ।
- ତ୍ୱଚାରେ ଦେଶୀ ଘିଅ ମାଲିସ କଲେ ଏହାର ଶୁଷ୍କତା ଦୂର ହେବା ସହ ତ୍ୱଚା କୋମଳ ହୁଏ ।
କେଶ ଅଧିକ ଶୁଷ୍କ ହୋଇଥିଲେ ମୁଣ୍ଡରେ ଘିଅ ମାଲିସ କରି ପରଦିନ ସକାଳୁ ସାମ୍ପୁ କରି ଦିଅନ୍ତୁ । ଏପରି ନିୟମିତ କଲେ କିଛିଦିନ ପରେ କେଶ ନରମ ହେବା ସହ ଉଜ୍ଜ୍ୱଳ ହୋଇଯିବ ।
- ପ୍ରତିଦିନ ଗାଧୋଇବା ପୂର୍ବରୁ ତ୍ୱଚାରେ ଦୁଇ ବୁନ୍ଦା ଘିଅ ମାଲିସ କଲେ ତ୍ୱଚାରେ ଚମକ୍ ଆସିଥାଏ ।
- ଆଖି ତଳେ ଡାର୍କ ସର୍କଲ ବା କଳାଦାଗ ସମସ୍ୟା ଥିଲେ ଶୋଇବା ସର୍ମରେ ଆଖିର ଚାରି ପାଖରେ ଘିଅ ମାଲିସ କରି ଶୋଇ ଯାଆନ୍ତୁ ଓ ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ । ଆସ୍ତେ ଆସ୍ତେ ଏହି କଳାଦାଗ ଦୂର ହୋଇଯିବ ।
- ଯଦି ଆପଣଙ୍କ କେଶ ଅଗ ଫାଟି ଦୁଇମୁହାଁ ହୋଇଯାଇଥାଏ, ଏଥିରେ ଘିଅ ମାଲିସ କରି ଦୁଇ ଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ । ଧୀରେ ଧୀରେ ଏହି କେଶ ସମସ୍ୟା ଦୂର ହୋଇଯିବ ।
- ଯଦି ଆଖିର ମେକଅପ୍ ଛଡାଇବାକୁ ଚାହୁଁଛନ୍ତି, ତା’ହେଲେ ଆଖି ଚାରିପାଖରେ ଘିଅ ମାରି ତୁଳା ସାହାଯ୍ୟରେ ସଫା କରି ଦିଅନ୍ତୁ ।
ଉପଯୁକ୍ତ ଭିଟାମିନ୍ ଅଭାବରୁ ଓଠ ଫାଟିବା ଏକ ସାଧାରଣ କଥା । ନିୟମିତ ଶୋଇବା ପୂର୍ବରୁ ଓଠରେ ଦେଶୀ ଘିଅରୁୁ ଦୁଇ ଟୋପା ମାଲିସ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଓଠ ଫାଟିବା ବନ୍ଦ ହେବା ସହ ଓଠ ନରମ ମଧ୍ୟ ହୋଇଥାଏ ।
Powered by Froala Editor