ପାନ ମସଲା ପରେ ମଦ ବିଜ୍ଞାପନକୁ ନା କରିଦେଲେ ଅଲ୍ଲୁ ଅର୍ଜୁନ

ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ଲୁକ୍ ନିକଟରେ ପାନ ମସଲା ବିଜ୍ଞାପନକୁ ମନା କରି ପ୍ରସଂଶା ସାଉଟିଥିଲେ। ବର୍ତ୍ତମାନ ମଦ କମ୍ପାନୀର ବିଜ୍ଞାପନକୁ ମନା କରିଦେଇଛନ୍ତି। ମଦ କମ୍ପାନୀର ବିଜ୍ଞାପନ କରିବାକୁ ପାଇଥିବା କୋଟି କୋଟି ଟଙ୍କାର ଅଫରକୁ ବି ମନା କରି ଦେଇଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ଏହି ଖବର ଜାଣିବା ପରେ ଅଲ୍ଲୁଙ୍କୁ ପ୍ରଶଂସା କରୁଛନ୍ତି। ଯାହାକୁ ନେଇ ସେ ରିଅଲ ହିରୋ ପାଲଟି ଯାଇଛନ୍ତି।
ଅଲ୍ଲୁ ପୂର୍ବରୁ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ। ଏହି ବିଜ୍ଞାପନ ପାଇଁ ଅଲ୍ଲୁଙ୍କୁ ଅନେକ ଟଙ୍କା ଅଫର ମଧ୍ୟ କରାଯାଇଥିଲା। ହେଲେ ସେ ସିଧାସଳଖ ମନା କରିଦେଇଥିଲେ।
Powered by Froala Editor