ରାଜ୍ୟ ବାସୀଙ୍କୁ ମାଗଣାରେ ତ୍ରିରଙ୍ଗା ଯୋଗାଇଦେବେ ମିଶନ ଶକ୍ତି ଗୋଷ୍ଠୀ

ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି.. ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି.ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି.
ସ୍ୱାଧୀନତା ର 75ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି..ରାଜ୍ୟ ର ମିଶନ ଶକ୍ତିର ମା ମାନଂକୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି.
ସୂଚନା ଯୋଗ୍ୟ ଯେ ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି.
Powered by Froala Editor