ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ। ୨୦୨୦ ମସିହା ଗୋରୁ ଚୋରାଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ସିବିଆଇର ଗୋଟିଏ ଟିମ୍ ମଣ୍ଡଳଙ୍କ ବୀରଭୂମି ସ୍ଥିତ ବାସଭବନରେ ପହଞ୍ଚିଥିଲା। କିଛି ସମୟର ପଚରାଉଚରା ପରେ ସିବିଆଇ ଟିମ ତାଙ୍କୁ ଗିରଫ କରିଛି।
ଗୋରୁ ଚୋରାଚାଲାଣ ମାମଲାର ତଦନ୍ତ କରୁଥିବା ସିବିଆଇର ଅନୁବ୍ରତ ମଣ୍ଡଳଙ୍କୁ ଜେରା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ ୧୦ ଥର ସମନ ମଧ୍ୟ କରାଯାଇଥିଲା। ହେଲେ ସେ କୌଣସି ସମନର ଉତ୍ତର ଦେଇ ନଥିଲେ କିମ୍ବା ସିବିଆଇରେ ହାଜର ହୋଇ ପକ୍ଷ ରଖି ନଥିଲେ। ସେ ସିବିଆଇ ସମନକୁ ବେଖାତିର କରୁଥିବା ଆଜି ତାଙ୍କୁ ଗିରଫ କରାଯାଇଛି।
୨୦୨୦ ମସିହାରେ ସିବିଆଇ ଗୋରୁ ଚୋରାଚାଲାଣ ମାମଲାରେ ଏଫଆଇଆର କରିବା ପରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ଦୁଇଥର ସିବିଆଇ ଜେରା ମଧ୍ୟ କରିଥିଲା। ହେଲେ ଦୁଇ ଥରର ଜେରା ପରେ ସେ ଆଉ ସିବିଆଇ ହାତରେ ଧରାଛୁଆଁ ଦେଇ ନଥିଲା। ସିବିଆଇର କହିବା କଥା ୨୦୧୫ରୁ ୨୦୧୭ ମଧ୍ୟରେ ୨୦ ହଜାରରୁ ଅଧିକ ଗୋରୁଙ୍କୁ ଚୋରା ଚାଲାଣ କରାଯାଉଥିବା ବେଳେ ବିଏସ୍ଏଫ ଯବାନମାନେ ଜବତ କରିଥିଲେ।
Powered by Froala Editor