ବାଇକ୍ ଧକ୍କାରେ ଯୁବକ ମୃତ

ଆନନ୍ଦପୁର: ବାଇକ୍ ଧକ୍କାରେ ଯୁବକ ମୃତ। ଆନନ୍ଦପୁର ଉପଖଣ୍ଡ ଭଦ୍ରକ-ଆନନ୍ଦପୁର ରାସ୍ତାର ଛେନାପଦି ପେଟ୍ରୋଲ୍ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ନନ୍ଦିପଦା ଖାନା ବିରିଡ଼ି ଗାଁର ବିନୋଦ ପାଣି ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବିନୋଦ ପାଣି ଆଜି ସକାଳୁ ଘର ପାଇଁ ମାର୍କେଟିଂ କରିବାକୁ ଥାନାପଦି ଆସିଥିଲେ। ଏହି ସମୟରେ ବିନୋଦ ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିନୋଦଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବାଇକ୍ ଚାଳକ ଫେରାର୍ ହୋଇଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor