ନବୀନ ନିବାସରେ ରାକ୍ଷୀ ମନା

ଭୁବନେଶ୍ବର :ଆଜି କେହି ରାକ୍ଷୀ ବାନ୍ଧିବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନକରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଉଭଣୀ ସମ୍ପର୍କକୁ ଆହୁରି ମିଠା କରେ ଏହି ପର୍ବ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରକ୍ଷା ବନ୍ଧନ ପାଳନ କରନ୍ତୁ । ମହାପ୍ରଭୁଙ୍କ କୃପାରୁ ସୁରକ୍ଷା ଓ ଭରସାର ବନ୍ଧନ ଆହୁରି ନିବିଡ଼ ହେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor