ନିଶା ଖୁଆଇ ଦୁଷ୍କର୍ମ, ମିର୍ଚି ବାବା ଗିରଫ

ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୋପାଲ ପୁଲିସ ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କୁ ଗିରଫ କରିଛି। ପୀଡିତାଙ୍କ ବୟାନ ପରେ ମିର୍ଚି ବାବାଙ୍କ ବିରୋଧରେ ଧାରା ୩୭୬, ୫୦୬ ଓ ୩୪୨ ଆକ୍ଟରେ ମାମଲା ରୁଜୁ ହୋଇଛି। ମିର୍ଚି ବାବା ୨୦୧୯ ଲୋକସଭା ନିର୍ବାଚନରେ ଦିଗବିଜୟ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିଲେ।
ପୀଡିତା ମହିଳା ଜଣକ ରାଜଧାନୀ ଭୋପାଳର ପଡୋଶୀ ଜିଲ୍ଲା ରାୟସେନ୍ରେ ରହୁନ୍ତି। ବିବାହର ଚାରି ବର୍ଷ ପରେ ବି ତାଙ୍କର କୌଣସି ସନ୍ତାନସନ୍ତତି ନଥିଲା। ଏହାପରେ ସେ ମିର୍ଚି ବାବାଙ୍କ ବିଷୟରେ କେଉଁଠୁ ଶିଣୁ ତାଙ୍କ ସହ ଯୋଗାଯୋଗ କରିଥିଲେ। ପୂଜା ପାଠ ପରେ ସନ୍ତାନ ପ୍ରାପ୍ତି ହେବ ବୋଲି ମିର୍ଚି ବାବା ଦାବି କରିଥିଲେ। ଏହାପରେ ଚଳିତ ବର୍ଷ ଜୁଲାଇ ମାସରେ ମିର୍ଚି ବାପା ପୀଡିତାଙ୍କୁ ଡାକି ଚିକିତ୍ସା ନାଁରେ ନିଶା ଖୁଆଇ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ କାହାକୁ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ପୀଡିତା ସୋମବାର ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମିର୍ଚି ବାବାକୁ ଗ୍ୱାଲିୟରରୁ ମଧ୍ୟପ୍ରଦେଶ ମହିଳା ଥାନା ପୁଲିସ ଗିରଫ କରି ଭୋପାଳ ଆଣିଛି।
Powered by Froala Editor