ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍ ତାଙ୍କ ପାଖକୁ ରାକ୍ଷୀ ପଠାଇଛନ୍ତି । ଏଥିସହ ଏକ ଚିଠିରେ ମୋଦିଙ୍କ ଦୀର୍ଘ ନିରାମୟ ଜୀବନ ସହ ୨୦୨୪ ସାଧାରଣ ନିର୍ବାଚନରେ ସଫଳତା କାମନା କରିଛନ୍ତି। କମର କହିଛନ୍ତି ଯେ ସବୁ ପ୍ରସ୍ତୁତ କରି ସାରିଛନ୍ତି ଏବଂ ମୋଦିଙ୍କୁ ଭେଟିବା ପାଇଁ ନିଶ୍ଚୟ ଆସିବେ । ଶେଖ୍ କହିଛନ୍ତି ଯେ ଏଥର ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଶ୍ଚୟ ନିମନ୍ତ୍ରଣ କରିବେ ବୋଲି ସେ ଆଶା କରନ୍ତି ।
ଏ ରାକ୍ଷୀ ସେ ନିଜ ହାତରେ ରେଶମୀ ରିବନ ଦେଇ ଏମ୍ବଡରୀ ଡିଜାଇନ ସହ ପ୍ରସ୍ତୁତ କରିଛନ୍ତି । ମୋଦି ଯେତେବେଳେ ଆର୍ ଏସ୍ ଏସ୍ କର୍ମୀ ଥିଲେ ସେବେଠାରୁ ପ୍ରାୟ ୨୪-୨୫ ବର୍ଷ ଧରି ସେ ପ୍ରତିବର୍ଷ ତାଙ୍କ ପାଖକୁ ରାକ୍ଷୀ ପଠାଇ ଆସୁଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ବିବାହ ପରେ ସେ ପାକିସ୍ତାନରୁ ଭାରତ ଆସିଥିଲେ ଏବଂ ସେବେଠାରୁ ଭାରତରେ ରହି ଆସୁଛନ୍ତି।
Powered by Froala Editor