୬ ଯୋଡ଼ା ଟ୍ରେନକୁ ୧୬ ପର୍ଯ୍ୟନ୍ତ ବାତିଲ

ଭୁବନେଶ୍ୱର : ଯାତ୍ରୀ ହେଉ ନ ଥିବାରୁ ଦୈନିକ ଚଳାଚଳ କରୁଥିବା ଆଉ ୬ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନକୁ ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଧଶାବଳୀ ଅନୁଯାୟୀ ଏବଂ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । ଉକ୍ତ ଟ୍ରେନଗୁଡିକ ହେଲା ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୫୬/୦୮୪୫୫), ଭୁବନେଶ୍ୱର-ଭଦ୍ରକ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ସ୍ୱତନ୍ତ୍ର ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ବିଶେଷ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ(୦୮୪୫୪/୦୮୪୫୩) ଓ ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (୦୮୫୨୮/୦୮୫୨୭) ।
Powered by Froala Editor