ମାଡ଼ିଗଲା ବସ୍, ବୃଦ୍ଧ ମୃତ

ଯାଜପୁର: ରାସ୍ତାରେ ଯାଉଥିବା ବେଳେ ମାଡ଼ିଗଲା ବସ୍। ଘଟଣାସ୍ଥଳରେ ବୃଦ୍ଧ ମୃତ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦୁବକଣ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ (୫୫) ଆଜି ସକାଳୁ ଦୋକାନକୁ ଯାଉଥିବା ସମୟରେ ଦୁବକଣ ଠାରେ ତାଙ୍କ ଉପରେ ଏକ ବସ୍ ଚଢି ଯାଇଛି। ଫଳରେ ଘଟଣାସ୍ଥଳରେ ଦୟାନିଧିଙ୍କ ମୃତ୍ୟୁ ଘଟିଛି। ତେବେ ବସ୍ଟି କୟାଁଗୋଲାରୁ କଟକ ଅଭିମୁଖେ ଯାଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
Powered by Froala Editor