ଏହି ଅଭିନେତ୍ରୀଙ୍କ ପାଇଁ ବାବୁସାନଙ୍କ ପରିବାରରେ ଝଡ

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ସୁପର ଷ୍ଟାର ବାବୁସାନଙ୍କ ପରିବାରରେ ଝଡ । ଗତକିଛି ଦନି ତଳେ ଅନୁଭବ ଓ ବର୍ଷାଙ୍କ ବିବାଦ ପାଇଁ ଓଲିଉଡଠୁ ନେଇ ରାଜ୍ୟ ରାଜ୍ୟନୀତିରେ ଚର୍ଚ୍ଚିତ ବିଷୟ ପାଲଟିଥିଲା । ମାମଲା ଏବେ କୋର୍ଟରେ ବିଚାରଧୀନ ଚାଲିଥିବାଳେ ଉଭୟଙ୍କ ମଧ୍ୟରେ ଛାଡପତ୍ର ସମ୍ଭାବନା ନିଶ୍ଚିନ୍ତ ହୋଇଯାଇଛି । ଏହାରି ଭିତରେ ଓଲିଉଡର ଆଉ ଜଣେ ସୁପରଷ୍ଟାରଙ୍କ ଏଭଳି କାରନାମାକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରିରେ ଜୋରଦାର ଚଚ୍ଚା ହେଉଛି । ଏବେ ବାବୁସାନଙ୍କ ଘରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ଝଡ ଦେଖାଯାଇଛି । ଆଜି ସକାଳୁ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ ।
ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ ।
ସୂଚନା ଥାଉ ଯେ, ବର୍ତ୍ତମାନ ବାବୁସାନ ଓ ପ୍ରକୃତିଙ୍କ ପ୍ରେମମ ସିନେମା ସୁଟିଂ ଚାଲୁଥିବାବେଳେ ସେଠାରୁ ତାଙ୍କ ପ୍ରେମ ସଂପର୍କ ଗଢିଉଠିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏବିଷୟରେ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
Powered by Froala Editor