ମାଡୁଛି କରୋନା, ରାଜଧାନୀରେ ଟିକାକରଣକୁ ବ୍ୟାପକ କଲା ବିଏମସି

ଭୁବନେଶ୍ଵର : ଭୁବନେଶ୍ଵରରେ ମାଡୁଛି କରୋନା । ରାଜଧାନୀରେ ଟିକାକରଣକୁ ବ୍ୟାପକ କଲା ବିଏମସି। ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟିକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ପାତ୍ରପଡା ଡିଏମ୍ ରେଗାଲିଆ ମଲ ସହ ହଂସପାଳ ସିମ୍ଫୋନି ମଲରେ ବ୍ୟବସ୍ଥା କରାଯାଇଛି। ଉଭୟ ଅନଲାଇନ୍ ଓ ଅନସ୍ପଟ୍ରେ ଟିକା ନେଇପାରିବେ ରାଜଧାନୀବାସୀ।
ରାଜଧାନୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଟେଷ୍ଟିଂକୁ ବଢ଼ାଯିବା ପାଇଁ ଯୋଜନା କରିଛି ବିଏମସି । ଦୈନିକ ୩ ହଜାରରୁ ଅଧିକ ଟେଷ୍ଟିଂ ପାଇଁ ଯୋଜନ କରାଯାଇଛି। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
Powered by Froala Editor