ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍
ବ୍ରହ୍ମପୁର: ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍। ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ ପହଞ୍ଚି ଖୋଳତାଡ଼ କରିଛନ୍ତି ।
ଏହି ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ ଙ୍କ ନାମରେ ପୂର୍ବରୁ ବହୁ ଅର୍ଥ ହଡ଼ପ ଅଭିଯୋଗ ଆସିଥିଲା । ଆଜି ଭିଜିଲାନ୍ସ ଟିମ ପହଞ୍ଚି ସେଗୁଡିକର ଖୋଳତାଳ ଆରମ୍ଭ କରିଛି କ୍ଷ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ଖୋଳତାଳ ପାଇଁ ଦାବି କରାଯାଇଥିଲା କ୍ଷ ଆଜି ଭିଜିଲାନ୍ସ ଟିମ ପହଞ୍ଚି ଖୋଳତାଳ ଜାରି ରଖିଛନ୍ତି । ଏ ନେଇ ଭିଜିଲାନ୍ସ ଟିମର କୌଣସି ପ୍ରତିକ୍ରିୟା ମିଳିନି।
Powered by Froala Editor