ଏଣିକି ମୁଢ଼ି, ଚୂଡା, ଖଇ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ
ଲୋକଙ୍କ ଉପରେ ମହଙ୍ଗା ମାଡ କମୁନି । କିଛି ନା କିଛି ଜିନିଷରେ ଟ୍ୟାକ୍ସ ଜିଏସ୍ଟି ଲାଗୁଛି । ଏବେ କିଛି ଦ୍ରବ୍ୟକୁ ନୂଆକରି ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରାଯିବ । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ମେଡିକାଲରେ ୫ହାଜରରୁ ଅଧିକ ଭଡାର ରୁମ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏଲଇଡି ଲାଇଟ ଏବଂ ଲ୍ୟାମ୍ପ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାର ଏହି ଜିନିଷ ଉପରେ ୧୨ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ବୃଦ୍ଧି କରିଛନ୍ତି ।
ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଇଛି । ମୁଢ଼ି, ଚୂଡା ଖଇ ଆଦିକୁ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଚେକ୍ ବୁକ୍ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲଗାଯାଇଛି । ୧୦୦୦ ଟଙ୍କା ଭଡାର ହୋଟେଲ ରୁମ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟେଟ୍ରା ପ୍ୟାକ ଦହି, ଲସି ଏବଂ ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।
Powered by Froala Editor