ଟ୍ରମ୍ପଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ, ଛାତିରେ ଲାଗିଛି ଗଭୀର ଆଘାତ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଏକ ଦୁର୍ଘଟଣାରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ମୁଖ୍ୟ ଚିକିତ୍ସା ନିରୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଶରୀରରେ ଆଘାତ ଲାଗିବା ଯୋଗୁ ଇଭାନା ଟ୍ରମ୍ପଙ୍କର ମୃତ୍ୟୁ ଘଟିଛି।
କେଉଁ କାରଣରୁ ତାଙ୍କର ଦୁର୍ଘଟଣା ଘଟିଲା, ପୁଲିସ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି। କୁହାଯାଉଛି, ଇଭାନା ତାଙ୍କ ବାସଭବନରେ ପାହାଚରୁ ଖସି ଗୁରୁତର ହୋଇଥିଲେ। ନ୍ୟୁୟର୍କ ପୋଲିସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଇଭାନା ଟ୍ରମ୍ପ ଚେତାଶୂନ୍ୟ ହୋଇଥିବାର ସୂଚନା ମିଳିଥିଲା। ତେବେ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା।
ପ୍ରଥମ ପତ୍ନୀ ଇଭାନାଙ୍କୁ ମନେ ପକାଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଜଣେ ସୁନ୍ଦର ଓ ଅଦ୍ଭୁତ ମହିଳା ଥିଲେ। ସେ ଜଣେ ପ୍ରେରଣାଦାୟୀ ମହିଳା ମଧ୍ୟ ଥିଲେ। ତାଙ୍କଠାରୁ ମୁଁ ୩ଟି ସନ୍ତାନ- ଡୋନାଲଡ୍ ଜେଆର, ଇଭାଙ୍କା ଓ ଏରିକ୍ଙ୍କୁ ପାଇଛି। ଶାନ୍ତିରେ ବିଶ୍ରାମ କର, ଇଭାନା ! ବୋଲି ଟ୍ରମ୍ପ୍ କହିଥିଲେ।
Powered by Froala Editor