୩ ବର୍ଷର ଡେଟିଂ ପରେ ବିବାହ କରିବେ ରାହୁଲ-ଆଥିୟା
ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍ କେ ଏଲ୍ ରାହୁଲ । ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି। ବୟଫ୍ରେଣ୍ଡ୍ ରାହୁଲ୍ଙ୍କ ସଫଳ ସର୍ଜରୀ ପରେ ଏହି କପଲ ଏବେ ଜର୍ମାନୀରୁ ଇଣ୍ଡିଆ ଫେରିଛନ୍ତି। ରିପୋର୍ଟ ଅନୁସାରେ ୩ ମାସ ମଧ୍ୟରେ ବିବାହ କରିବେ ଏହି ସେଲିବ୍ରିଟି ଯୋଡି। ଏଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି ବୋଲି ଆଥିଆଙ୍କ ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।
ରାହୁଲଙ୍କ ପରିବାର ଲୋକେ ନିକଟରେ ମୁମ୍ବାଇରେ ଆଥିଆଙ୍କ ପରିବାର ସହ ଭେଟିଛନ୍ତି। ଆଥିଆ ଓ ରାହୁଲ ନିଜ ପରିବାର ସହ ନୂଆ ଘରକୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ, ଯେଉଁଠି ବିବାହ ପରେ ଉଭୟ ଶିଫ୍ଟ ହେବେ। ମୁମ୍ବାଇରେ ଏହି ଦୁଇ ଷ୍ଟାର କପଲ୍ଙ୍କ ଏହି ଗ୍ରାଣ୍ଡ ବିବାହ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଉଭୟଙ୍କ ଫ୍ୟାନ୍ମାନେ ଏବେ ଏହି ଦୁଇ ଷ୍ଟାରଙ୍କ ବିବାହକୁ ବେଶ୍ ଉତ୍ସାହିତ ଅଛନ୍ତି।
Powered by Froala Editor