ଆଶିଷ ଓଝା ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କଲା ପୋଲିସ

ବାଲିପାଟଣା : ବାଲିପାଟଣା ଶିଶିଲୋ ଗାଁର ଆଶିଷ ଓଝା ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସାଙ୍ଗ ସାଜିଥିଲେ ଷଡଯନ୍ତ୍ରକାରୀ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ କିଶୋର ଦାସ, ରାକେଶ ସେଠୀ, ଓ ଦୁର୍ଯ୍ୟେଧନ ବେହେରାକୁ ଗିରଫ କରିଛି ବାଲିପାଟଣା ଥାନା ପୋଲିସ୍ ।
ଆଜି ୩ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏଟ କରିପାରେ ପୋଲିସ୍ । ଆଜି ଡାକ୍ତରୀ ମାଇନା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି। ଆଶିଷଙ୍କ ବେକକୁ ଗାମୁଛାରେ ଗୁଡାଇ ହତ୍ୟା କରିବା ପରେ ମୁଣ୍ଡକୁ ପଥରରେ ଛେଚିଥିଲେ ହତ୍ୟାକାରୀ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଇ କୂଳରୁ ଆଶିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
Powered by Froala Editor