ଦେଶରେ ୩ ଲକ୍ଷ ୬୬ ହଜାର ୧୬୧ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଓ ସଟଡାଉନ କଡାକଡି ଭାବେ ଅନୁପାଳନ କରାଯାଉଛି । ଫଳରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ ୪ ଦିନ ଧରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପି ଯାଇଥିଲା । କିନ୍ତୁ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୬ ହଜାର ୧୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୭୫୪ ଜଣଙ୍କର ମୃତୁ୍ୟ ଘଟିଛି । ତେବେ ରବିବାର କମ ସାମ୍ପଲ ପରୀକ୍ଷଣ ହୋଇଥିବାରୁ ସଂକ୍ରମଣ ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
ଅପରପକ୍ଷରେ ଓଡ଼ିଶାରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୫୬, ବାଲେଶ୍ୱରରେ ୨୩୦, ବରଗଡ଼ରେ ୪୫୦, ଭଦ୍ରକରେ ୨୪୮, ବଲାଙ୍ଗୀରରେ ୨୭୪, ବୌଦ୍ଧରେ ୧୮୩, କଟକରେ ୭୨୦, ଦେବଗଡ଼ରେ ୧୧୮, ଢେଙ୍କାନାଳରେ ୨୪୪, ଗଜପତିରେ ୮୯, ଗଞ୍ଜାମରେ ୨୦୯, ଜଗତସିଂହପୁରରେ ୧୧୫, ଯାଜପୁରରେ ୩୨୮, ଝାରସୁଗୁଡ଼ାରେ ୪୧୮, କଳାହାଣ୍ଡିରେ ୪୩୩, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୨୪୩, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୧୩୨୯, କୋରାପୁଟରେ ୧୪୨, ମାଲକାନାଗିରିରେ ୬୨, ମୟୂରଭଞ୍ଜରେ ୨୦୭, ନବରଙ୍ଗପୁରରେ ୩୦୬, ନୟାଗଡ଼ରେ ୨୬୯, ନୂଆପଡ଼ାରେ ୩୧୧, ପୁରୀରେ ୭୦୮, ରାୟଗଡ଼ାରେ ୧୩୨, ସମ୍ବଲପୁରରେ ୩୦୨, ସୋନପୁରରେ ୧୬୯, ସୁନ୍ଦରଗଡ଼ରେ ୮୨୪ ଓ ରାଜ୍ୟ ପୁଲରେ ୨୭୧ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor