୪ ବର୍ଷର ଝିଅକୁ ହାତଗୋଡ ବାନ୍ଧି ପିଟିପିଟି ମାରିଦେଲା ବାପା

୪ ବର୍ଷର କଅଁଳ ଝିଅଟିଏ । ପାଠ ପଢିଲାନି ବୋଲି ବାପା ଭୁଲିଗଲା ସ୍ନେହର ସମ୍ପର୍କ । ନୃଶଂସ ପରି ହାତଗୋଡ ବାନ୍ଧି ପିଟି ଚାଲିଲା । ପଶୁ ଭଳି ପିଟିବା ପରେ ଝିଅଟିର ମୃତ୍ୟୁ ହୋଇଗଲା । ଏତିକିରେ ସରିନଥିଲା ବାପାର ନୃସଂଶତା । ହତ୍ୟା ପରେ ମୃତଦେହକୁ ୪୦ କିଲୋମିଟର ଦୂରରେ ଥିବା ଗାଲୁଡିହ ରେଳ ଷ୍ଟେସନ ନିକଟ ବୁଦା ଭିତରକୁ ଫିଙ୍ଗି ଦେଇଥିଲା ।
ଘଟଣା ଜଣା ପଡିବା ପରେ ପୋଲିସ ଉଭୟ ବାପା-ମାଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପରେ ବାପା ସ୍ୱିକାର କରିଥିଲେ ଯେ, ଝିଅ ପାଠପଢୁନିଥିଲା । ଫଳରେ ଏହି କାରଣରୁ ତାଙ୍କୁ ବାନ୍ଧି ମାଡ ମାରିଯାଇଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହକୁ ଗାଲୁଦି ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା ।
ଅଭିଯୁକ୍ତ ଉତ୍କଳ ମାଝୀ ଏବଂ ତାଙ୍କ ପତ୍ନୀ ଅଞ୍ଜନା ମହତୋ ଝାରଖଣ୍ଡର ପାରସୁଦିହର ବାରିଗୋଡା ଠାରେ ଉଭୟ ଭଡାରେ ରହୁଥିଲେ । କିନ୍ତୁ ସେମାନେ ବୋଡାମର କାଦାମଜୋଡା ବାସିନ୍ଦା । ପାରସୁଦିହର ବାରିଗୋଡା ଠାରେ ତାଙ୍କ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତଙ୍କ ସହ ପତ୍ନୀ ନିଖୋଜ ହୋଇଯାଇଥିଲେ । ଫେରିବା ପରେ ଯେତେବେଳେ ପଡୋଶୀଙ୍କ ଅଭିଯୋଗରେ ପୋଲିସ ପହଞ୍ଚିଲା ସବୁ ଘଟଣା ସାମ୍ନାକୁ ଆସିଥିଲା ।
ପୋଲିସର ସୂଚନାନୁସାରେ, ଜୁଲାଇ ୪ ତାରିଖ ରାତି ୮ ଟାରେ ବାରିଗୋଡାର ରାମ ଗଣେଶ ସିଂଙ୍କ ଘରେ ଭଡାଟିଆ ଉତ୍କଳ ମାଝୀ ଏବଂ ତାଙ୍କ ପତ୍ନୀ ଅଞ୍ଜନା ମହତୋ ଝିଅ ଘିତିକାଙ୍କୁ ବାନ୍ଧି ମାଡ ମାରିଥିଲେ । ଜୁନ୍ ୨୯ରେ ଦଉଡି ବାନ୍ଧି ତାଙ୍କୁ ପିଟିପିଟି ହତ୍ୟା କରିଥିଲେ । ହତ୍ୟା ପରେ ସେ ମୃତଦେହକୁ ନେଇ କୌଣସି ସ୍ଥାନରେ ଲୁଚାଇ ରଖିଥିଲା । ୨୯ ଜୁନ୍ ଠାରୁ ସେମାନେ ଘରେ ନଥିଲେ, କିନ୍ତୁ ହଠାତ୍ ୪ ଜୁଲାଇରେ ସେମାନେ ନିଜ ଝିଅ ବିନା ଫେରି ଆସିଥିଲେ । ପଡୋଶୀଙ୍କ ସନ୍ଦେହରେ ପୋଲିସ ରାତି ପ୍ରାୟ ୯ଟା ସମୟରେ ବାରିଗୋଡାସ୍ଥିତ ରାମ ଗଣେଶ ସିଂଙ୍କ ଘରେ ପହଞ୍ଚି ଉତ୍କଳ ମାଝୀ ଏବଂ ତାଙ୍କ ପତ୍ନୀ ଅଞ୍ଜନା ମହତୋଙ୍କୁ ପଚରାଉଚରା ଆରମ୍ଭ କରିଥିଲା ।
ପ୍ରଥମେ ସେ କହିଥିଲେ ଯେ ତାଙ୍କ ଝିଅ ଅସୁସ୍ଥ ଥିଲା । ଅସୁସ୍ଥତା ପରେ ସେମାନେ ତାଙ୍କୁ ଜରଗ୍ରାମକୁ ଚିକିତ୍ସା ପାଇଁ ନେଉଥିଲେ, ଯେଉଁଠାରେ ସେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେମାନେ ସତ ମାନିଥିଲେ ।
Powered by Froala Editor