ବି୍ରଟେନକୁ ଏବେ ଟିକା ଦେବନି ସେରମ
ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ବି୍ରଟେନକୁ ରପ୍ତାନି କରାଯିବାକୁ ଥିବା ପ୍ରାୟ ୫୦ ଲକ୍ଷ ଟିକା ଡୋଜକୁ ଭାରତରେ ବ୍ୟବହାର କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୨୩ରେ ସେରମ ଏହି ଟିକାକୁ ବି୍ରଟେନକୁ ରପ୍ତାନି କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ମାଗିଥିଲା । କମ୍ପାନୀ ସେତେବେଳେ କହିଥିଲା ଯେ ଏହା ଦ୍ୱାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ । ହେଲେ ଏବେ ଭାରତରେ କରୋନାର ଭୟାବହ ସ୍ଥିତିକୁ ଆଖି ଆଗରେ ରଖି ସରକାର ଏହି ଟିକାକୁ ଦୋ ଭିତରେ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି । ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେତେକ ରାଜ୍ୟଙ୍କୁ ଏଥିରୁ ୩,୫୦,୦୦୦ ଡୋଜ ଦିଆଯାଇଥିଲା ବେଳେ ଆଉ କେତେକ ରାଜ୍ୟଙ୍କୁ ୧ ଲକ୍ଷ ଡୋଜ ଏବଂ ଦୁଇଟି ରାଜ୍ୟକୁ ୫୦,୦୦୦ ଡୋଜ ବଣ୍ଟନ କରାଯାଇଛି । ସମୁଦାୟ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ଏହି ଟିକା ଗୁଡ଼ିକୁ ବଣ୍ଟନ କରାଯାଇଛି ।
Powered by Froala Editor