ଦନ୍ତା ହାତୀର ମୃତଦେହ ଠାବ
ଢେଙ୍କାନାଳ : ବିପଦରେ ଏବେ ହାତୀ ବଂଶ । ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । କେଉଁଠି ହାତୀଙ୍କୁ ଶିକାରୀ ଗୁଳି ଓ ତୀରମାରି ହତ୍ୟା କରୁଛନ୍ତି ତ କେଉଁଠି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟୁଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଛି । ବାରହା ଫାଶରେ ପଡି ଦନ୍ତା ହାତୀ ମୃତ । ଅସରଡା ଗାଁ ନିକଟରେ ଘଟିଛି ଏହି ଅଘଟଣ । ହିନ୍ଦୋଳ ବନାଞ୍ଚଳରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ଏକ ଦନ୍ତା ହାତୀ ପଡି ମୃତ୍ୟୁ ଘଟିଥିବା ବେଳେ ସେପଟେ ମହଲୁଣ୍ଡା ମାଘୁବେରଣୀ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।
ଅସରଡ଼ା ଗ୍ରାମ ନିକଟରେ ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ଫାଶରେ ଦନ୍ତା ହାତୀ ପଡି ଯାଇଥିବା ଜଣାପଡିଛି । ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ଅସରଡ଼ା ଗ୍ରାମ ଖେଳପଡ଼ିଆ ନିକଟରେ ଏହି ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ବୟସ ୨୫ ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଘଟଣାସ୍ଥଳରେ ହିନ୍ଦୋଳ ବନ କର୍ମଚାରୀମାନେ ପହଂଚି ତଦନ୍ତ କରିଛନ୍ତି ।
Powered by Froala Editor