ଜିଏସଟି ଠକେଇ, ୫ ବ୍ୟବସାୟୀ ଗିରଫ
ରାଉରକେଲା : ରାଉରକେଲାରେ ୩୧୧କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ଜାଲ କାଗଜ ପତ୍ରରେ ଜିଏସଟି ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ ।
ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ ଏବଂ ଜଣେ ସୁନ୍ଦରଗଡ଼ର ଥିବା ଜଣାପଡ଼ିଛି । ଗତକାଲି ରାତିରେ ବାସନ୍ତୀ କଲୋନୀରେ ହୋଇଥିଲା ଏହି ଚଢାଉ । ତେବେ ଏହି ଚଢାଉରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।
Powered by Froala Editor