ଚୀନର କରୋନା ଷଡଯନ୍ତ୍ର ସମ୍ପର୍କରେ ଆମେରିକା ଦେଲା ଏମିତି ତଥ୍ୟ
ନୁ୍ୟୟର୍କ: ଆମେରିକାର ବିଦେଶ ବିଭାଗ କିଛି ଏଭଳି ଦସ୍ତାବିଜ ହାସଲ କରିଛି ଯେଉଁଥିରୁ ଜଣାପଡ଼ିଛି କି କରୋନା ସଂକ୍ରମଣ ଆରମ୍ଭ ହେବାର ୫ ବର୍ଷ ପୂର୍ବରୁ ଚୀନର ସେନା ଅଧିକାରୀ ଏବଂ ବୈଜ୍ଞାନିକମାନେ କରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲେ । ୨୦୧୫ରେ ଚୀନ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦସ୍ତାବିଜଗୁଡ଼ିକରେ ଦର୍ଶାଯାଇଛି କି ଭବିଷ୍ୟତରେ ତୃତୀୟ ବିଶ୍ୱଯୁଦ୍ଧ ହେଲେ ସେଥିରେ ଜୈବିକ ଅସ୍ତ୍ରର ବିପୁଳ ଭାବେ ବ୍ୟବହାର କରାଯିବ । ତେଣୁ ଚୀନ କରୋନା ଭାଇରସକୁ ଏକ ଜେନେଟିକ ଅସ୍ତ୍ର ଭାବେ ପ୍ରୟୋଗ କରିବାକୁ ପ୍ରସ୍ତୁତି କରିବା ଦରକାର । ଏହାକୁ ପ୍ରୟୋଗ କରି ସମଗ୍ର ବିଶ୍ୱରେ ଏଭଳି ତାଣ୍ଡବ ରଚାଯାଇପାରିବ ଯାହା ଆଗରୁ କେବେ ହେଲେ ଦେଖାଯାଇନଥିଲା । ଏହି ଦସ୍ତାବିଜ ଗୁଡ଼ିକ ଯୋଗୁଁ କରୋନା ସଂକ୍ରମଣ ପଛରେ ଚୀନର ସନେ୍ଦହଜନକ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।
Powered by Froala Editor