କରୋନାକୁ ନେଇ ଚେତାବନୀ ଦେଲା ୟୁନିସେଫ

ନୂଆଦିଲ୍ଲୀ : ଭାରତରେ କରୋନା ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ’ ଚେତାବନୀ ଦେଇଛି । ୟୁନିସେଫର କାର୍ଯ୍ୟକାରୀ ନିଦେ୍ର୍ଧଶକ ହେନରିଟ୍ଟା ଏଚ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ । ଏହା ସମଗ୍ର ବିଶ୍ୱ ପାଇଁ ସତର୍କ ଘଣ୍ଟି । ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସୂଚନା ଅନୁସାରେ ଦକ୍ଷିଣ ଏସୀୟ ଦେଶ ଗୁଡ଼ିକର ସଂକ୍ରମଣ ବୃଦ୍ଧି ପାଇଚାଲିଛି । ମୃତୁ୍ୟ ହାର ୯୦ ପ୍ରତିଶତରୁ ଅଧିକ ରହିଛି । ଟିକାକରଣ ଖୁବ ଧୂମା ଗତିରେ ଚାଲିଛି । ଦଶ ଜଣରେ ଜଣେ ଲୋକ ଟିକା ପାଉଛନ୍ତି । ଭାରତରେ ଅମ୍ଳଜାନ, ଚିକିତ୍ସା ଉପକରଣ, ପରୀକ୍ଷା ଯନ୍ତ୍ରାଂଶ ଅଭାବ ଦୂର କରିବାକୁ ୨୧ ନିୟୁତ ଡଲାର ଆବଶ୍ୟକତା ଥିବା ବେଳେ ଦକ୍ଷିଣ ଏସୀୟ ପାଇଁ ୫୦ ନିୟୁତ ଡଲାର ଆବଶ୍ୟକତା ପଡ଼ିବ ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି ।
Powered by Froala Editor