ଭୁବନେଶ୍ୱରରେ ଗଡିଲା ଇ-ବସ୍
ଭୁବନେଶ୍ୱରରେ ଗଡିଲା ଇ-ବସ୍ । ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ କ୍ରୁଟ୍ ପକ୍ଷରୁ ସହରର ଭିନ୍ନ ଭିନ୍ନ ରୁଟରେ ଏହି ବସ୍ ଗଡିଛି । ତେବେ ଏହା ସଫଳ ହେଲେ ଆଗାମୀ ଦିନରେ ସହରରେ ଏହାକୁ ବ୍ୟାପକ ଭାବେ ଚଳାଚଳ କରିବାକୁ ଅନୁମତି ମିଳିବ ।
କ୍ରୁଟ ପକ୍ଷରୁ ପିପିପି ମୋଡରେ ୧୦ଟି ଇ-ବସ୍ ସାମିଲ୍ ହୋଇଛି । ବିନା ଯାତ୍ରୀରେ ବସ୍ ଡିପୋରୁ ବହାରି ସହର ବୁଲୁଛି । ପ୍ରାୟ ୨୦ ଦିନ ଧରି ଏହି ପରୀକ୍ଷା ଚାଲିବ । ପ୍ରାୟ ୨୦ ଦିନ ଧରି ଏହି ପରୀକ୍ଷା ଚାଲିବ । ଏହାପରେ କ୍ରୁଟରେ ଏହାକୁ ସାମିଲ୍ କରିବାର ଯୋଜନା ରଖାଯାଇଛି । ଯଦି ଏହା ସଫଳ ରୂପାୟନ ହୁଏ ତା’ହେଲେ ଆଗାମୀ ଦିନରେ ଆହୁରି ଅଧିକ ବସ୍ ଅଣାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ଚନ୍ଦ୍ରଶେଖରପୁରରେ ଗୋଟିଏ ଚାର୍ଜିଂ ଷ୍ଟେସନ ରହିଛି । ଆଗକୁ ଆହୁରି ଚାର୍ଜିଂ ଷ୍ଟେସନ୍ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଥରେ ଚାର୍ଜିଂ ହେଲେ ବସ୍ ୧୨୦କିମି ଚାଲିବାର କ୍ଷମତା ରହିଛି । ଇ-ବସ ଚାଲିବା ଦ୍ୱାରା ପେଟ୍ରୋଲ ବଂଚିବ । ଏହା ସହ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଭୁବନେଶ୍ୱରରେ ଇ-ବସ୍ ସେବା ଆରମ୍ଭ ହୋଇଛି ।
Powered by Froala Editor