ଦିନକ ପରେ ଘୋଷଯାତ୍ରା: ସାଢେ ୯ଟାରେ ପହଣ୍ଡି, ୪ଟାରେ ରଥଟଣା
::ପୁରୀ : ଆଉ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରେ ହେବ ମଙ୍ଗଳ ଆଳତୀ, ୭ଟାରେ ଅବକାଶ ନୀତି ପରେ ୮ଟାରେ ସକାଳ ଧୂପ ନୀତି ହେବ। ଏହାପରେ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳର୍ପଣ ହେବ। ୯ଟା ୩୦ରେ ପହଣ୍ଡି ହେବ। ୧୨ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହେବ। ଏହାପରେ ୧ଟା ୩୦ରେ ଚିତା ଲାଗି ହେବ। ୨ଟା ୩୦ରେ ଗଜପତି ଛେରା ପହଁରା କରିବେ। ୩ଟାରେ ଚାରମାଳ ଓ ଘୋଡ଼ା ଲାଗିବ। ୪ଟାରେ ରଥଟଣା ହେବ।
ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ। ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଏଥର ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ନୀତି ନିର୍ଘଣ୍ଟ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ।
Powered by Froala Editor