ଦନ୍ତାହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ
ଆଠଗଡ଼: ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ। ଗିରଫ ସଂଖ୍ୟା ୫ରେ ପହଞ୍ଚିଛି। ଗିରଫ ଦୁଇ ଜଣ ହେଲେ ଜଳନ୍ଧର ନାୟକ ଓରଫ୍ ଏବଂ ବୁଦ୍ଧିମାନ ରାଉତ ଓରଫ୍ । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ଏବଂ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ।
ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବନ ବିଭାଗର ସ୍ବତନ୍ତ୍ର ଟିମ୍ ପୂର୍ବରୁ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଶିକାରୀମାନେ ହେଲେ ସୂର୍ୟ୍ୟମଣି ନାୟକ (୪୨) , ଗଙ୍ଗାଧର ନାୟକ (୬୨) ଏବଂ ଦିବାକର ସାହୁ । ଗିରଫ ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା ଅଂଚଳରେ । ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି କରି ନ ଥିଲେ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଏମିତି ଗୁଳି କରିଥିବା ଶିକାରୀ ସ୍ପଷ୍ଟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଆଠଗଡ଼ ଡି ଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଥିଲେ।
Powered by Froala Editor