ରାଜ୍ୟରେ କରୋନା ନେଲା ଆଉ ୧୯ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କର ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୧୮୦ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୧, ଭଦ୍ରକରେ ୧, ବଲାଙ୍ଗୀରରେ ୧, ଢେଙ୍କାନାଳରେ ୧, ଗଜପତିରେ ୧, ଗଞ୍ଜାମରେ ୧, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୩, ଖୋର୍ଦ୍ଧାରେ ୩, ପୁରୀରେ ୧, ରାୟଗଡ଼ାରେ ୧, ସମ୍ବଲପୁରରେ ୧, ସୁବର୍ଣ୍ଣପୁରରେ ୧ ଓ ସୁନ୍ଦରଗଡ଼ରେ ଜଣେ ମୃତୁ୍ୟବରଣ କରିଛନ୍ତି ।
ଏଯାବତ ରାଜ୍ୟରେ ୫ ଲକ୍ଷ ୩୪ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୩୯ ହଜାର ୩୨୨ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୯୩୨୮୭ ଜଣ ଚିକିତ୍ସିତ ହେଉଛନ୍ତି ।
Powered by Froala Editor