ସେରମ ପଠାଇଲା ଆଉ ୧ ଲକ୍ଷ କୋଭିସିଲ୍ଡ ଡୋଜ୍

ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ଆସନ୍ତା ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯିବ ।
ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଟିକା କରଣକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ତେବେ କିଭଳି କରୋନାକୁ ରୋକି ହେବ ସେନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି । କେବଳ ରାଜ୍ୟରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଟିକାକରଣକୁ ଜୋରଦାର କରାଯାଇଛି ।
ଆଜି ୧ ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ ୨ ଲକ୍ଷ ୧୬ ହଜାର ୫୪୦ ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ ୩ ଲକ୍ଷ ୫୩ ହଜାର ୮୨୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ ୧ ଲକ୍ଷ ୧୪ ହଜାର ୭୦ ଡୋଜ୍ ଟିକା ଗଚ୍ଛିତ ଅଛି ।
Powered by Froala Editor