୫୦ ମାଓବାଦୀ କରୋନା ସଂକ୍ରମିତ, ଏସ୍ପି କହିଲେ ଆତ୍ମସମର୍ପଣ କଲେ ମିଳିବ ଚିକିତ୍ସା

ମହାମାରୀ ସଂକ୍ରମଣ ନେଇ ଆଉ ଏକ ବଡ଼ ଖବର ଆସିଛି । ଛତିଶଗଡ଼ ଦାନ୍ତେଓ୍ବାଡାରେ ଏବେ ୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ୍ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି । ତେବେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି ।
ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।
Powered by Froala Editor