ମାଲକାନଗିରି ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଯାତ୍ରୀଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଭଦ୍ରାଚଳମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଘର ନବରଙ୍ଗପୁର ଓ ଭବାନୀପାଟଣାର ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣା ଆସୁଥିବା ଘରୋଇ ବସ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଆଜି ଭୋର ସମୟରେ ଘଟଛି ଏହି ଦୁର୍ଘଟଣା। ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଭଦ୍ରାଚଳମ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ବସ୍ରେ ଶ୍ରମିକ ଶ୍ରେଣୀର ଲୋକଥିବା ଜଣାଯାଇଛି। ଚାଳକ ମଦପିଇ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
Powered by Froala Editor