ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ
ଭୁବନେଶ୍ୱର : ରାଜଧାନୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍ବ୍ରାଞ୍ଚ।
ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭୁବନେଶ୍ଵର ରେଲୱେ ଷ୍ଟେସନରେ ମାଡ଼ି ବସିଲା ଆରପିଏଫ୍ କ୍ରାଇମବ୍ରାଞ୍ଚ୍। କଳିଙ୍ଗ ଉତ୍କଳ ଏକସପ୍ରେସ୍ରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଗଞ୍ଜେଇ ବେପାରୀକୁ ଗିରଫ କରିଛି ପୋଲିସ। ଏକ ଟ୍ରାଭେଲ୍ ବ୍ୟାଗ୍ରୁ ଏହି ଗଞ୍ଜେଇ ସବୁ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।
Powered by Froala Editor