କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି!

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଛି । କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ନୋଡାଲ ଅଧିକାରୀ କହିଛନ୍ତି । ତେବେ ଏକଥା ଆଇସିଏମଆର ବୈଜ୍ଞାନିକମାନେ ସ୍ଥିର କରିବେ ବୋଲି ନୋଡାଲ ଅଧିକାରୀ କହିଛନ୍ତି ।
ସେ କହିଛନ୍ତି ଯେ, କଟକରେ ଦୈନିକ ସଂକ୍ରମଣ ବଢିଚାଲିଛି । କଟକକୁ ବାହାରୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ବଢୁଛି । ଯାହା ଜଣାପଡ଼ୁଛି ୫/୬ ଦିନ ଭିତରେ ସଂକ୍ରମଣ ପିକକୁ ଆସିଯିବ । ତା’ ପରେ ଧୀରେ ଧୀରେ ସଂଖ୍ୟା କମିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୧୧୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୯୪ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୬୦, ବାଲେଶ୍ୱରରେ ୨୬୦, ବରଗଡ଼ରେ ୪୨୮, ଭଦ୍ରକରେ ୮୩, ବଲାଙ୍ଗୀରରେ ୪୩୭, ବୌଦ୍ଧରେ ୧୭୮, କଟକରେ ୧୦୫୨, ଦେବଗଡ଼ରେ ୧୧୫, ଢେଙ୍କାନାଳରେ ୧୭୭, ଗଜପତିରେ ୧୦୫, ଗଞ୍ଜାମରେ ୩୪୧, ଜଗତସିଂହପୁରରେ ୧୩୪, ଯାଜପୁରରେ ୩୦୨, ଝାରସୁଗୁଡ଼ାରେ ୪୨୧, କଳାହାଣ୍ଡିରେ ୪୦୨, କନ୍ଧମାଳରେ ୯୨, କେନ୍ଦ୍ରାପଡ଼ାରେ ୧୪୫, କେନ୍ଦୁଝରରେ ୨୩୧, ଖୋର୍ଦ୍ଧାରେ ୧୫୧୦, କୋରାପୁଟରେ ୧୨୨, ମାଲକାନାଗିରିରେ ୭୦, ମୟୂରଭଞ୍ଜରେ ୧୭୫, ନବରଙ୍ଗପୁରରେ ୪୧୯, ନୟାଗଡ଼ରେ ୨୦୪, ନୂଆପଡ଼ାରେ ୨୮୬, ପୁରୀରେ ୪୫୪, ରାୟଗଡ଼ାରେ ୧୩୮, ସମ୍ବଲପୁରରେ ୫୩୩, ସୋନପୁରରେ ୨୧୦, ସୁନ୍ଦରଗଡ଼ରେ ୧୯୨୨ ଓ ରାଜ୍ୟ ପୁଲରେ ୩୦୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଅପରପକ୍ଷରେ ରାଜ୍ୟରେ ଆଉ ୮୪୦୧ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ରାଜ୍ୟରେ ୫ ଲକ୍ଷ ୨୪ ହଜାର ୨୦୭ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୩୧ ହଜାର ୬୫୮ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୯୦୩୩୫ ଜଣ ଚିକିତ୍ସିତ ହେଉଛନ୍ତି ।
Powered by Froala Editor