ହାତୀ ଆକ୍ରମଣରେ ୨ ମୃତ

ରାଇରଙ୍ଗପୁର: ହାତୀ ଆକ୍ରମଣରେ ୨ ଜଣଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ୭ ବର୍ଷର ବାଳିକା ଥିବା ଜଣାଯାଇଛି । ବିଶୋୟୀ ରେଞ୍ଜ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ ଉଭୟଙ୍କୁ ହାତୀ ଦଳି ମାରିଦେଇଥିବା ଜଣାଯାଇଛି । ନିକଟ ଜଙ୍ଗଲକୁ କିଛି ମହିଳା କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ସେମାବେ କେନ୍ଦୁପତ୍ର ତୋଳୁଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀକୁ ଦେଖି ଜୀବନ ବିକଳରେ ଦୌଡ଼ୁଥିବା ମହିଳାଙ୍କ ଭିତରୁ ପଡ଼ି ଯାଇ ଜଣେ ଆହତ ହୋଇଥିବା ଜଣାଯାଇଛି ।
Powered by Froala Editor