ଟ୍ରକ୍-ଏସ୍ୟୁଭି ଧକ୍କା, ଗୋଟିଏ ପରିବାରର ୮ ମୃତ
ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବାବେଳେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ରାଜସ୍ଥାନ ବାଡମେର ଜିଲ୍ଲାରେ ଘଟିଛି । ଏକ ଏସୟୁଭି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ ।ଏହାସହ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ସୋମବାର ରାତିରେ ଏକ ଏସୟୁଭି ବାଡମେରର ରାମଜୀ କା ଗୋଲ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାଉଥିଲା । ଏସଯୁଭିରେ ଗୋଟିଏ ପରିବାରର ୧୦ ଜଣ ଥିଲେ । ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାଲୋରରୁ ଆଡମେର ଯାଉଥିଲେ ।ଏହି ସମୟରେ ଏକ ଟ୍ରକ ଏସୟୁଭିକୁ ଧକ୍କା ଦେଇଥିଲା । ଫଳରେ ୮ ଜଣ ପ୍ରାଣ ହରାଇଥିଲେ ।
Powered by Froala Editor