ଡରାଇଲାଣି ‘ମଙ୍କିପକ୍ସ’ ଭୂତାଣୁ, ୧ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ
ନୂଆଦିଲ୍ଲୀ: ବିଶ୍ୱକୁ ଡରାଇଲାଣି ‘ମଙ୍କିପକ୍ସ’ ଭୂତାଣୁ । ଏଯାଏ ବିଶ୍ୱର ୨୯ଟି ଦେଶରେ ‘ମଙ୍କିପକ୍ସ’ଭୁତାଣୁ ଚିହ୍ନଟ ହୋଇଥିବା ନେଇ ଡବ୍ଲୁଏଚଓ ସୂଚନା ଦେଇଛି । ତାହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କି ‘ମଙ୍କିପକ୍ସ’ରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଥାଉକି ଏହା ପୂର୍ବରୁ ‘ମଙ୍କିପକ୍ସ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା । ଡବ୍ଲୁଏଚଓର କହିଥିଲା କି ମଙ୍କିପକ୍ସ ଭୂତାଣୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ । ନହେଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଆଗକୁ ସତର୍କ ରହିବା ଜରୁରୀ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଥିଲା । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ, ସଙ୍ଗରୋଧ ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ବୋଲି ଡବ୍ଲୁଏଚଓ ସୂଚନା ଦେଇଥିବା ବେଳେ ତାହାସହ ମଙ୍କିପକ୍ସ ଭୂତାଣୁ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଛି । ଏବେ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ଯାହାଦ୍ୱାରା ବର୍ତ୍ତମାନ ବିଶ୍ୱରେ ଚିନ୍ତାର କାରଣ ପାଲଟିଛି ।
Powered by Froala Editor