ଶ୍ବାସରୁଦ୍ଧ ହୋଇ ୫ ମୃତ
ଭୋପାଳ: ମଧ୍ୟପ୍ରଦେଶ ବାଲାଘାଟରେ ବଡ ଅଘଟଣ । କୂଅ ସଫା କରିବାକୁ ଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । କୂଅ ଭିତରେ ବିଷାକ୍ତ ଗ୍ୟାସ୍ ଥିବା ଯୋଗୁଁ ସେମାନଙ୍କ ଶ୍ବାସରୁଦ୍ଧ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ୩ ଭ।ଇ ଅଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାଲାଘାଟର କୁନ୍ଦନ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି ।
ବର୍ତ୍ତମାନ ଏହି ଅଞ୍ଚଳରେ ଜଳସଙ୍କଟ ଦେଖାଦେଇଛି । ତେଣୁ ଗାଁରେ ଥିବା ଏକ ଅପରିଷ୍କାର କୂଅକୁ ସଫା କରିବାକୁ ଗାଁର ଯୁବକମାନେ ସ୍ଥିର କରିଥିଲେ । ସଫେଇ କାର୍ୟ୍ୟ ପାଇଁ ଛଅ ଜଣ ଯୁବକ କୂଅ ଭିତରକୁ ଯାଇଥିଲେ । ହେଲେ ଏହି ସମୟରେ କୂଅର ତଳ ଭାଗରେ କୌଣସି ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ । ଗାଁଲୋକେ କଷ୍ଟେମଷ୍ଟେ ସେମାନଙ୍କୁ କୂଅରୁ ବାହାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲା । ସେହିପରି ଅନ୍ୟ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।
ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Powered by Froala Editor