ଇଏ କି ମା’? ଟାଣ ଖରାରେ ହାତଗୋଡ ବାନ୍ଧି ଝିଅକୁ ପକାଇଦେଲା

ଦୋଷ ଖାଲି ଏତିକି ଯେ, ସେ ହୋମୱାର୍କ କରିନଥିଲା । ବାସ୍ ମା’ ମୁଣ୍ଡକୁ ରାଗ ଚଢ଼ିଗଲା । ୬ ବର୍ଷର କଅଁଳ ଝିଅକୁ ହାତଗୋଡ ବାନ୍ଧି ଛାତ ଉପରେ ପକାଇଦେଲା । ଖରାରେ ଛଟପଟ ହେଉଥିବା ଝିଅଟି କରୁଣ ଚିତ୍କାରରେ ମା’ ମା’ ଡାକି ଚାଲିଥାଏ । ହେଲେ କ୍ରୁର ନିଷ୍ଠୁର ମା’ର ହୃଦୟ ତରଳିଲାନି । ଏ ଦୃଶ୍ୟ ଦେଖିଲେ ମା’ର ମମତା ଉପରେ ସନ୍ଦେହ ଉପୁଜିବ । ତେବେ ଏ ଘଟଣା ଦିଲ୍ଲୀ ଖଜୁରୀ ଖାସ୍ ଅଞ୍ଚଳର । ଦଶ୍ୟ ଭାଇରାଲ ହେବା ପରେ ପୁଲିସ ଖୋଳତାଡ କରି ମା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।
କୁନି ଝିଅଟିର ଏକମାତ୍ର ଦୋଷ ହେଉଛି ସେ ହୋମୱାର୍କ କରିନଥିଲା । ଏଥିରେ ରାଗିଯାଇ ଝିଅଟିର ମା’ ଏଭଳି କ୍ରୁର ହୋଇଯାଇଥିଲେ । ୬ବର୍ଷର ଝିଅଟିକୁ ମା ଜଣକ ହାତ ଓ ଗୋଡ଼କୁ ବାନ୍ଧି ପ୍ରଚଣ୍ଡ ଖରାରେ ଛାତ ଉପରେ ଛାଡ଼ିଦେଇଥିଲେ । ଝିଅଟି ଯେତେ କାନ୍ଦିଥିଲେ ବି ମା’ର ହୃଦୟ ତରଳିନଥିଲା । ତେବେ କେହି ଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଦେଇଥିଲେ ଏବଂ ଏହି ଘଟଣାର ଭିଡିଓ ଭାଇରାଲ ହୋଇଯାଇଥିଲା ।
ଏହି ଘଟଣା ପୁଲିସର ନଜରକୁ ଆସିବା ପରେ ପୁଲିସ ଅନୁସନ୍ଧାନ କରିଥିଲା । ଘଟଣାଟି ଜୁନ୍ ୨ରେ ଘଟିଥିବାର କୁହାଯାଉଛି। ଦିଲ୍ଲୀ ପୁଲିସ କହିଛି ଯେ କୁନି ଝିଅଟି ବର୍ତ୍ତମାନ ସୁସ୍ଥ ଅଛି । କିନ୍ତୁ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Powered by Froala Editor