ମା'କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରିପୁର ଗାଁ ମୁଣ୍ଡା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା'କୁ ମଦ ନିଶାରେ ଶାବଳ ରେ ପିଟି ହତ୍ୟା କରିଛି ନୃଶଂସ ପୁଅ। ମୃତକ ମା ହେଲେ ତୁଳେଇ ମୁଣ୍ଡା(୬୦)। ଅଭିଯୁକ୍ତ ପୁଅ ହେଲା ଡବୁରୁ ମୁଣ୍ଡା(୩୦)।
ଖବର ଅନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲା । ମଦ କାହିଁକି ପିଉଛୁ ବୋଲି ମା ପୁଅ ଡବୁରୁ କୁ ତାଗିଦ କରିଥିଲା । ଏହି କଥାକୁ ନେଇ ଉଭୟ ମା' ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଡୁବୁରୁ ମଦନିଶାରେ ଉତ୍ୟକ୍ତ ହୋଇ ପ୍ରଥମେ ମା ମୁଣ୍ଡ କୁ ତଳେ ପିଟି ଦେଇଥିଲା ଏବଂ ଘରେ ଥିବା ଶାବଳ ଆଣି ମୁଣ୍ଡ କୁ ପିଟି ପିଟି ହତ୍ୟା କରିଥିଲା । ପରେ ମା ର ମୃତ ଦେହକୁ ଘୋସାଡି ନେଇ ନାନୀ ତୁଳେଇ ମୁଣ୍ଡା ଙ୍କ(ତୁଳେଇ ଙ୍କ ଝିଅ) ଘରେ ପକାଇ ଦେଇଥିଲା । ଆଜି ସକାଳୁ ଡୁବୁରୁ ଙ୍କ ବଡଝିଅ ଶ୍ରାବଣୀ ତୁଳସୀ (ଜେଜେ ମା )ଙ୍କ ମୃତ ଦେହକୁ ଦେଖି ସାହି ଲୋକଙ୍କୁ କହିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ୯୦/୨୨ରେ କେସ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଡୁବୁରୁ ଙ୍କ ସ୍ତ୍ରୀ କିଛି ମାସ ହେବ ମୃତ୍ୟୁ ବରଣ କରିଥିବାରୁ ଡୁବୁରୁ ଙ୍କ ଚାରି ସନ୍ତାନ ଜେଜେ ମା ପାଖରେ ରହି ବଢ଼ି ଆସୁଥିଲେ । ବର୍ତ୍ତମାନ ଜେଜେ ମା ଆର ପାରିକୁ ଚାଲି ଯିବା ପରେ ଡୁବୁରୁ ଙ୍କ ଚାରି ନା ବାଳକ ସନ୍ତାନ ସମ୍ପୂର୍ଣ ଅନାଥ ହୋଇ ପଡିଛନ୍ତି ।

Powered by Froala Editor