ବ୍ରିଜ୍ ଚେନ୍ ଛିଣ୍ଡିଗଲା, ଖସିପଡ଼ିଲେ ମେୟର
![ବ୍ରିଜ୍ ଚେନ୍ ଛିଣ୍ଡିଗଲା, ଖସିପଡ଼ିଲେ ମେୟର](https://odishanewslens.com/news_gallery/13971_1654716207.jpg)
ମେକ୍ସିକୋର କୁର୍ନିବାକାରେଏକ ବ୍ରିଜ୍ ଉଦ୍ଘାଟନ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ସହରର ମେୟର ନଦୀ ଉପରେ ନିର୍ମାଣ ହୋଇଥିବା ଫୁଟ ଓଭରବ୍ରିଜ୍ ଉଦଘାଟନ କରିବାକୁ ପହଞ୍ଚିଥିଲେ। ତାଙ୍କ ସହ ଥିଲେ ତାଙ୍କ ପତ୍ନୀ ଓ କିଛି ଅଧିକାରୀ। କାଠ ନିର୍ମିତ ବ୍ରିଜକୁ ମୋଟା ଚେନ ସାହାଯ୍ୟରେ ଝୁଲା ଯାଇଥିବା ବେଳେ ପ୍ରାୟ ୨୪ ଜଣ ଲୋକ ଏହା ଉପରକୁ ଚଢ଼ିଯିବାରୁ ଚେନଟି ଛିଡ଼ି ଯାଇଥିଲା। ଫଳରେ ବ୍ରିଜ ଉପରେ ଥିବା ମେୟର, ତାଙ୍କ ପତ୍ନୀ ଓ କିଛି ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ତଳକୁ ଖସି ପଡ଼ିଥିଲେ। ତଳେ ପଥର ଥିବାରୁ କିଛି ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।
Powered by Froala Editor