କରୋନା ରୋଗୀଙ୍କ ପାଇଁ ଆଗେଇ ଆସିଲେ ରବୀନା
ଅକ୍ସିଜେନ ଅଭାବ ସମଗ୍ର ଦେଶରେ ପ୍ରମୁଖ ପ୍ରସଙ୍ଗ । କରୋନା ମହାମାରୀ ସହିତ ଭାରତ ସଂଘର୍ଷ କରୁଥିବାରୁ ସେଲିବ୍ରିଟିମାନେ ଲୋକମାନଙ୍କୁ ଏହି ସଙ୍କଟର ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରବୀନା ଟଣ୍ଡନ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କରିବା ପାଇଁ ରବୀନା ଟଣ୍ଡନ ରୁଦ୍ର ଫାଉଣ୍ଡେସନ ସହ ହାତ ମିଳାଇଛନ୍ତି। ମୁମ୍ବାଇରୁ ଦିଲ୍ଲୀକୁ ପ୍ରଥମ ଅକ୍ସିଜେନ ସିଲଣ୍ଡର ପଠେଇଛନ୍ତି ରବୀନା। ସେ ଟ୍ୱିଟରରେ ଲେଖିଛନ୍ତି, "ଏହା ସମୁଦ୍ରକୁ ଶଙ୍ଖେ ଭଳି, କିନ୍ତୁ ଆଶା କରୁଛି ଏହା କିଛି ଲୋକଙ୍କୁ ସାହାଯ୍ୟ କରିବ।
Powered by Froala Editor