ଅନଲାଇନ ଜୁଆରେ ହାରିଗଲେ ୧୦ ଲକ୍ଷ, ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ଯୁବତୀ
ଅନଲାଇନରେ ଜୁଆ ଖେଳି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷୀୟ ଯୁବତୀ । ତାମିଲନାଡୁର ଚେନ୍ନାଇରେ ସି. ଭବାନୀ ନାମକ ଏହି ଯୁବତୀ ଅନେକ ସମୟରେ ଅନ୍ଲାଇନ୍ ତାସ୍ ଖେଳୁଥିଲେ। ତାସ୍ ଖେଳର ଜୁଆ ଏମିତି ଥିଲା ଯେ ସେ ଟଙ୍କା ଲଗାଇବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏହା ଜୁଆ ପରି ନିଶା ହୋଇଯାଇଥିଲା । ଏଥିରେ ସେ ଟଙ୍କା ଲଗାଇବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ କିଛି ଲାଭ ହୋଇଥିଲା। ପରେ ୧୦ ଲକ୍ଷ ଟଙ୍କା ଲଗାଇଥିଲେ ଏବଂ ଏହାକୁ ହାରିଯାଇଥିଲେ । ହାରିବା ପରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଭବାନୀ ରମି ନାମକ ତାସ୍ ଖେଳ ଖେଳୁଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
Powered by Froala Editor