କନ୍ୟାର ଜିଦ୍: ବୁଢ଼ା ବର ସହ ଯିବିନି
![କନ୍ୟାର ଜିଦ୍: ବୁଢ଼ା ବର ସହ ଯିବିନି](https://odishanewslens.com/news_gallery/13944_1654628522.jpg)
ବାହାଘର ଧୁମଧାମରେ ଚାଲିଥିଲା । ଲୋକେ ଖାଇପିଇ ବାହାଘରର ମଜା ନେଉଥିଲେ । ଏପଟେ ବୈଦିକ ରୀତିନୀତିରେ ହାତଗଣ୍ଠି ପଡିଲା । ବର କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲେ । ସବୁ ଠିକ୍ଠାକ୍ ଚାଲିଥିଲା । କିନ୍ତୁ ଶେଷରେ ଯେତେବେଳେ ଯିବା ସମୟ ଆସିଲା କନ୍ୟା ବର ସହ ଯିବାକୁ ମନା କରିଦେଲା । ବୁଢ଼ା ବର ଦେଖି କନ୍ୟାର ମନ ଫାଟି ଯାଇଥିଲା । ଦୀର୍ଘ ସମୟ ଚୁପ୍ ରହିବା ପରେ ଶେଷରେ ତାସହିତ ଯିବାକୁ ସିଧା ସିଧା ମନା କରିଦେଲା । ଯିଏ ଯେତେ ବୁଝାଇଲେ ବି ରାଜି ହେଲାନାହିଁ । ଏ କଥାକୁ ନେଇ କନ୍ୟା ଓ ବର ପକ୍ଷ ମଧ୍ୟରେ ଝଗଡା ହେବାରୁ ପୁଲିସ ପହଞ୍ଚି ସମାଧାନ କରିଛି । ବର ମୁଣ୍ଡ କାନ ଆଉଁସୀ ବିନା କନ୍ୟାରେ ତା ଘରକୁ ଫେରିଯାଇଛି । ଏ ଘଟଣା ହେଉଛି ବାରଣାସୀ ଚୌବେପୁର ଅଞ୍ଚଳର ।
ସୂଚନା ମୁତାବକ, ଚୌବେପୁରର କାଦିପୁର ଖର୍ଦ୍ଦ ଗ୍ରାମ ନିବାସୀ ରାଜା ବାବୁ ଚୌହାନଙ୍କ ଝିଅ କାଜଲଙ୍କ ବିବାହ ସାକେତ ନଗର ସଙ୍କଟ ମୋଚନ ବାରଣାସୀ ନିବାସୀ ସ୍ୱର୍ଗତଃ ପ୍ରଭୁ ଚୌହାନଙ୍କ ପୁଅ ସଞ୍ଜୟ ଚୌହାନଙ୍କ ସହ ସ୍ଥିର ହୋଇଥିଲା। ଜୁନ୍ ୫ତାରିଖ ରବିବାର ଦିନ ବିବାହ ଥିବା ବେଳେ ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଥିଲେ ସଞ୍ଜୟ ଚୌହାନ। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିଲା। କନ୍ୟା ମଥାରେ ସିନ୍ଦୂର ଭରିଥିଲା ବର। ହେଲେ ସବୁ ଶେଷ ହେବା ପରେ ଶାଶୁଘରକୁ ଯିବା ପାଇଁ କନ୍ୟା ମନା କରିଦେଇଥିଲା। ଏନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହେବାରୁ ପୁଲିସ ଦୁଇ ପକ୍ଷକୁ ବସାଇ ଘଟଣାର ସମାଧାନ କରିବାକୁ ପୁଲିସ ଚେଷ୍ଟା କରିଥିଲେ ବି କନ୍ୟାର ଜିଦ୍ ପାଇଁ ଶେଷରେ ବାହାଘର ଭାଙ୍ଗିଥିଲା। ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Powered by Froala Editor