ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍ ୨୬ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା । ଖାଇକୁ ଖସିଲା ବସ୍ । ୨୬ମୃତ, ୪ ଗୁରୁତର । ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ହୋଇଛି । ବସ୍ କର୍ମଚାରୀଙ୍କ ସମେତ ୩୦ ଜଣଙ୍କୁ ନେଇ ଯମୁନୋତ୍ରୀ ଯାଉଥିଲା ବସ୍ । ବସ୍ରେ ୨୮ଜଣ ତୀର୍ଥ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ହସ୍ପିଟାଲ ପଠାଯାଇଛି ।
ଘଟଣାରେ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଓ ଆହତଙ୍କ ଚିକିତ୍ସା ବାବଦକୁ ୫୦ ହଜାର ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଶୋକ ପ୍ରକାଶ କରି ବସ ଦୁର୍ଘଟଣାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor