୨୦୦ ଫୁଟ୍ ଗଭୀର ଖାତକୁ ଓଲଟି ପଡ଼ିଲା ବସ, ୨୨ ମୃତ

ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି। ଯମୁନା ଘାଟିରେ ଗଭୀର ଖାତକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ରବିବାର ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଏସଡିଆରଏଫର ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ମଧ୍ୟପ୍ରଦେଶର ୪୦ ଜଣ ଯାତ୍ରୀଙ୍କୁ ନେଇ ଯମୁନୋତ୍ରୀକୁ ଏହି ବସ୍ ଯାତ୍ରା କରୁଥିବା ବେଳେ ବାଟରେ ୨୦୦ ଫୁଟ୍ ଗଭୀର ଖାତକୁ ଓଲଟି ପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ଶଚିବ ସୁଖବୀର ସିଂ ସନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିଛନ୍ତି।
Powered by Froala Editor