ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ପଜିଟିଭ

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ନେତା କି ଅଭିନେତା, ଧନୀ କି ଗରିବ କାହାକୁ କରୋନା ଛାଡ଼ୁନାହିଁ । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ନେଇ କଙ୍ଗନା ନିଜେ ସୂଚନା ଦେଇଛନ୍ତି । ପୂର୍ବରୁ ବହୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Powered by Froala Editor